ଦୁର୍ବୃତ୍ତଙ୍କ ଗୁଳିମାଡରେ ଠିକାଦାରଙ୍କ ମୃତ୍ୟୁ

ଖୋର୍ଦ୍ଧା : ଟାଙ୍ଗୀ ଥାନା ରାଧାମୋହନପୁର ଗାଁର ଠିକାଦାର ରମେଶ ରାଉତଙ୍କର ଗୁଳିମାଡରେ ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ ରମେଶ ଓ ଦୁଇ ସାଙ୍ଗ ବାଇକ୍‌ ନେଇ ଗତକାଲି ରାତିରେ ଢାବାକୁ ଖାଇବାକୁ ଯାଇଥିଲେ। ଖାଇସାରି ଘରକୁ ଫେରିଲା ବେଳେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ରମେଶଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିବାରୁ ସେ ସେଠାରେ ଟଳିପଡିଥିଲେ। ଦୁଇସାଙ୍ଗ ରମେଶଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ରମେଶଙ୍କୁ ଦୁର୍ବୃତ୍ତ ଗୁଳିମାଡ କଲେ ତାହା ସ୍ପଷ୍ଟ ହୋଇନି। ଟାଙ୍ଗୀ ପୋଲିସ ମୁଣ୍ଡାଳ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button