ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ : ଭଦ୍ରକରୁ ପୁଣି ଠାବ ହେଲା ବିପୁଳ ପରିମାଣର ନକଲି ଜର୍ଦ୍ଦା କାରଖାନା। ଏଥିପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ଖବର ଅନୁଯାୟୀ ଭଦ୍ରକର ପୁରୁଣା ବଜାର ହେଲାସାହିର ଏକ ଘରେ ପୁରୁଣାବଜାର ପୋଲିସ ଚଢ଼ାଉ କରିଥିଲା। ସେଠାରୁ ନାମୀଦାମୀ ବ୍ରାଣ୍ଡର ନକଲି ଜର୍ଦ୍ଦା, ଡବା, ପତି, କେମିକାଲ ଓ ଯନ୍ତ୍ରାଂଶ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଜବତ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *

Back to top button