ବିଜୁଳି କାଟ୍ ପ୍ରତିବାଦ : ଗ୍ରୀଡକୋ ଅଫିସକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ଵର : ଜୁଳି କାଟ୍ ପ୍ରତିବାଦରେ ଆଜି କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଗ୍ରୀଡକୋ ଅଫିସକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି।

ସୋମବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଗ୍ରୀଡ୍‌କୋ ଅଫିସ ଆଗରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଗ୍ରୀଡ୍‌କୋ ଅଫିସକୁ ଅଣ୍ଡା ଓ ଟମାଟୋ ମାଡ଼ କରଯାଇଥିଲା। ଏହାଛଡା ବକେୟା ବିଦ୍ୟୁତ୍ ବିଲ୍ ସୁଧ ସହ ନଦେବାକୁ ପିସିସି ସଭାପତି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଆଉ ପ୍ରତିଶ୍ରୁତି ଦେଇଛନ୍ତି ୨୦୨୪ରେ କଂଗ୍ରେସ ସରକାର ଆସିଲେ ଏହା ଉପରେ ଠୋସ୍ ପଦକ୍ଷେପ ନିଆଯିବ।

ସେ କହିଛନ୍ତି ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବାକୁ ଖର୍ଚ୍ଚ କରିଥିବା କହୁଛନ୍ତି। ହେଲେ ୫ ହଜାର କୋଟି ଟଙ୍କା ଟାଟାକୁ ଦେଇଥିବା ବେଳେ ବାକି ୧୫ ହଜାର କୋଟି ଟଙ୍କାର ହିସାବ ନାହିଁ। ବିଦ୍ୟୁତ୍ ଟ୍ରାନ୍ସମିସନ ପ୍ରକଳ୍ପ ଅନ୍ତର୍ଗତ ୪୦ ବର୍ଷର ଭିଜିନ୍‌କୁ ଦେଖି ଯଦି ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍‌କରଣ କରାଯାଇଥାଆନ୍ତା ତେବେ ଏଭଳି ଅସୁବିଧା ହୋଇନଥାଆନ୍ତା। ୪୦ରୁ ୪୫ ଡିଗ୍ରୀ ଅସହ୍ୟ ଖରା ହେଉଥିବା ବେଳେ ଗ୍ରାମାଞ୍ଚଳରେ ଦୁଇରୁ ୩ ଦିନ ଲାଇନ୍‌ କାଟି ଦିଆଯାଉଛି। ଭୁବନେଶ୍ୱର ସହରରେ ମଧ୍ୟ ବିଦ୍ୟୁତ୍ କାଟ୍ ହେଉଛି। ନବୀନ ପଟ୍ଟନାୟକ ୨୫ ବର୍ଷ ଧରି କ୍ଷମତାରେ ରହିଥିଲେ ହେଁ ବିଦ୍ୟୁତ୍‌ ବିଭାଗର ଭିତ୍ତିଭୂମି ଉନ୍ନତିକରଣ କରାଗଲାନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଦେଖିବାକୁ ପାଉନାହାନ୍ତି। ଯିଏ ସରକାରୀ ଚାକିରିଆ ଓ ୫ଟି ବୋଲି କାମ କରୁଛନ୍ତି ସିଏ କାହିଁକି ବା ଲୋକଙ୍କ କଥା ଶୁଣିବେ। ଯେଉଁ ସରକାରଙ୍କ ଭିଜନ ନାହିଁ, ବିଦ୍ୟୁତ୍ କାଟ୍‌ କରୁଛନ୍ତି, ତାହାର ତଦନ୍ତ ହେବା ଉଚିତ୍। ଗୋଟିଏ ତାରିଖରେ ବିଦ୍ୟୁତ୍ ବିଲ୍‌ କଲେକସନ୍ କରାଯାଉ। ମନଇଛା ମାସ ସାରା ବିଲ୍ ଆଦାୟ ବନ୍ଦ କରାଯାଉ। ବିଦ୍ୟୁତ୍‌ ଦରବୃଦ୍ଧିକୁ ହଟାଇ ୟୁନିଟ୍‌ ପିଛା ୨ଟଙ୍କା କମା ଯାଉ। ଟାଟାର ଗୁଣ୍ଡାଗର୍ଦ୍ଦି ବନ୍ଦ କରାଯାଉ। ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ବକେୟା ରହିଛି ସେଥିରେ ସୁଧ ମିଶାଇ ବେକୟା ଆଦାୟ ବନ୍ଦ କରାଯାଉ।

ସରକାର ତୁରନ୍ତ ପଦକ୍ଷେପ ନନେଲେ ଜିଲ୍ଲା ଓ ସବ୍‌ଡିଭିଜନସ୍ତରରେ ଆନ୍ଦୋଳନ କରାଯିବ। ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇଥିବା ବେଳେ ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରାଯାଉଛି। ମାତ୍ର ନିଜ ରାଜ୍ୟରେ ଓଡ଼ିଶା ସରକାର ବିଦ୍ୟୁତ୍ କାଟ କରିବା ନିନ୍ଦାଜନକ। ସରକାର ଏହାର ସ୍ୱେତପତ୍ର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button