ମା ସୁନାଦେଇ ମନ୍ଦିରରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍

ଭୁବନେଶ୍ଵର : ସହିଦନଗର ଥାନା ନିକୋ ପାର୍କ ନିକଟ ତିନିମୁଣ୍ଡିଆ ଛକ ନିକଟ ସୁନଦେଇ ମନ୍ଦିରରୁ ଲୁଟ। ଠାକୁରାଣୀଙ୍କର ପାଖାପାଖି ୫ ଲକ୍ଷ ଟଙ୍କାର ଗହଣା ଦୁର୍ବୃତ୍ତ ଲୁଟି ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଦୁର୍ବୃତ୍ତମାନେ ମା’ଙ୍କ ରୂପା ଆଖି, ରୂପା ମୁକୁଟ ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ନିକଟରେ ଥିବା ମଙ୍ଗଳା ମନ୍ଦିରରୁ ମଧ୍ୟ ଚୋରି ହୋଇଛି। ଏ ନେଇ ମନ୍ଦିର କମିଟି ପକ୍ଷରୁ ସହିଦ ନଗର ଥାନାରେ ଏତଲା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button