ଠିକା ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗୁଳିମାଡ଼

ଯାଜପୁର : ସୁକିନ୍ଦା ରେଳ ଷ୍ଟେସନ ନିକଟରେ କମ୍ ଇନଫ୍ରା ପ୍ରାଇଭେଟ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ସ୍ରାବନାଙ୍କୁ ଗୁଳିମାଡ଼। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁଳି ଚଳାଇଥିବା ହୃଦାନନ୍ଦ ମିଶ୍ରଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ପ୍ରୋଜେକ୍ଟ ମ୍ୟାନେଜର ସ୍ରାବନାଙ୍କ ନିକଟରୁ ଜେସିବି ମେସିନ ନେଇ ହୃଦାନନ୍ଦ ଜମି ସମତୁଲ କରୁଥିଲେ। ସ୍ରାବନା ଜେସିବି ମେସିନ ମାଗିବାରୁ କାମ ନ ସରିବା ଯାଏ ଜେସିବି ଦେବେ ନାହିଁ ବୋଲି କହିଥିଲେ ହୃଦାନନ୍ଦ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ହୃଦାନନ୍ଦ ଉତ୍ତ୍ୟକ୍ତ ହୋଇ ପକେଟରୁ ବନ୍ଧୁକ ବାହାରକରି ସ୍ରାବନା ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇଥିଲେ।

ସ୍ଥାନୀୟ ଲୋକେ ସ୍ରାବନାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ପହଞ୍ଚି ହୃଦାନନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି। ହୃଦାନନ୍ଦଙ୍କ ପାଖରୁ ବନ୍ଧୁକ ଓ ୨ଟି ଗୁଳି ଜବତ ହୋଇଥିବା ସୂଚନା ମିଲିଛି।

Leave a Reply

Your email address will not be published. Required fields are marked *

Back to top button