ଶ୍ରୀଜିଉଙ୍କ ପହଣ୍ଡି ସରିଲା : ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା। ପହଣ୍ଡିରେ ବିଜେ ନୀତି ସମ୍ପନ୍ନ। ତିନି ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପରେ ଶ୍ରୀବଳଦେବ, ମାତା ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ସହିତ ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ଅଞ୍ଚଳ। ଗହଳି ଲଗେଇ ରଥାରୂଢ ହୋଇଥିଲେ କାଳିଆ ଗୋସାଇଁ।

କାଳିଆ ଠାକୁରଙ୍କ ପହଣ୍ଡି ସରିବା ପରେ ଏବେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି। ଦେବଦଳନ ରଥରେ ଶ୍ରୀସୁଦର୍ଶନ ଓ ମାତା ସୁଭଦ୍ରା, ତାଳଧ୍ଵଜ ରଥରେ ଶ୍ରୀବଳଦେବ ଓ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି। ପରିବେଶ ଏବେ ଭକ୍ତିମୟ ହୋଇଯାଇଛି। ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ କରିଛନ୍ତି ଅପେକ୍ଷା। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button