Fri. Sep 20th, 2019

କ୍ଷୀର ଦର ବଢାଇବ ଓମଫେଡ

ଭୁବନେଶ୍ୱର : ଓମଫେଡ କ୍ଷୀର ମୂଲ୍ୟ ବଢିବ। ରାଜ୍ୟରେ ଥିବା ଘରୋଇ ଦୁଗଧ କମ୍ପାନିମାନେ ଦର ବୃଦ୍ଧି କରିସାରିଥିବାରୁ ଓମଫେଡ କ୍ଷୀର ଦର ବଢାଇବାକୁ ସରକାର ବିଚାର କରୁଛନ୍ତି। କିନ୍ତୁ ଉଭୟ ଚାଷୀ ଓ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ।

ଗତ ଅଗଷ୍ଟ୨୬ରୁ ରାଜ୍ୟର କେତେକ ଘରୋଇ କ୍ଷୀର କମ୍ପାନି ଯଥା ପ୍ରଗତି ଓ ମିଲକମୁ ଲିଟର ପିଛା ୪ଟଙ୍କା ପର୍ଯ୍ୟନ୍ତ ଦରବୃଦ୍ଧି କରିଛନ୍ତି। ଓମଫେଡକୁ କ୍ଷୀର ଯୋଗାଉଥିବା ଚାଷୀମାନେ ମଧ୍ୟ ଦର ବଢାଇବାକୁ ଦାବି କରିଆସୁଛନ୍ତି। ଓମଫେଡ୨୦୧୭ରେ ନିଜର ପ୍ରିମିୟମ ମିଲ୍‌କର ମୂଲ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି କରି ୪୦ ଟଙ୍କା ଧାର୍ଯ୍ୟ କରିଥିଲା । ଏହା ପୂର୍ବରୁ ୨୦୧୪ରେ ଡବଲ ଟୋନଡ ମିଲକର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା।

Leave a Reply

Your email address will not be published. Required fields are marked *