ତାଲିବାନୀମାନେ ଘେରିଗଲେ ମୋ ମୁଣ୍ଡକୁ ଗୁଳି କରିଦେବ

ଅଙ୍କାରା : ଆଫଗାନିସ୍ତନକୁ ତାଲିବାନ ଦଖଲ କରିବା ପରେ ଲୋକପ୍ରିୟ ପପ୍‌ ଷ୍ଟାର ଆର୍ଯ୍ୟାନା ସଇଦ ଦେଶ ଛାଡି ପଳାଇ ଏବେ ତୁର୍କୀରେ ଅଛନ୍ତି। ନିକଟରେ ୱାଇସ୍‌ ୱାର୍ଲ୍ଡ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ସେ ତାଲିବାନକୁ ନେଇ ଭୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ମ୍ୟୁଜିକ ତିଆରି କରେ। ମହିଳାଙ୍କ ସମର୍ଥନ କରେ। ମୁଁ ତାଲିବାନୀଙ୍କ ପ୍ରଥମ ଟାର୍ଗେଟ ହୋଇଥା’ନ୍ତି। ମୁଁ ନିଜ ଭାବି ସ୍ୱାମୀଙ୍କୁ କହିଥିଲି ଯଦି ମୋତେ ତାଲିବାନୀମାନେ ଘେରିଯାଆନ୍ତି ତେବେ ମୋ ମୁଣ୍ଡକୁ ଗୁଳି କରିଦେବ।

ସେ କହିଛନ୍ତି ଆଫଗାନିସ୍ତାନରେ ଯେତେବେଳେ ତାଲିବାନ ଶାସନ ଚାଲିଥିଲା ସେତେବେଳେ ସେଠାରେ କୌଣସି ପ୍ରକାରର ମ୍ୟୁଜିକ ନଥିଲା। ସଙ୍ଗୀତ ଦେଶର ସଂସ୍କୃତି, ପରିଚୟ ଓ ଲୋକମାନଙ୍କ ବିଷୟରେ କହିଥାଏ। ମୋ ମତରେ ସଂଗୀତ ବିନା କୌଣସି ଦେଶ ଦେଶ ନୁହେଁ, କେବଳ ଏକ ଜମି ଖଣ୍ଡ। ଏବେ ମୋ ଦେଶ ପୁଣି ସେହି ପରିସ୍ଥିତି ଦେଇ ଗତି କରୁଛି। ଏହା
ଆଫଗାନିସ୍ତାନକୁ କାବୁଲ ଦଖଲ କରିବା ପରେ ପ୍ରାୟ ଏକ ଲକ୍ଷରୁ ଅଧିକ କଳାକାର ଦେଶ ଛାଡି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପପ୍‌ଷ୍ଟାର ଆର୍ଯ୍ୟାନା ସଇଦ। ସେ ତାଙ୍କ ଭାବି ସ୍ୱାମୀଙ୍କ ସହ ଆମେରିକାର ସୈନ୍ୟ ବିମାନ ଯୋଗେ କାବୁଲ ବିମାନବନ୍ଦରରୁ ସୁରକ୍ଷିତ ରୂପେ ତୁର୍କୀ ଚାଲି ଆସିଛନ୍ତି।

୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ ଅଧିକାଂଶ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟସକୁ ନଷ୍ଟ କରିଦେଇଥିଲା। ସିଡି ଓ କ୍ୟାସେଟ୍‌ଗୁଡିକୁ ନଷ୍ଟ କରିଦେଇଥିଲା। କୌଣସି ପ୍ରକାରର ସଙ୍ଗୀତକୁ ଅଣ-ଇସଲାମିକ ଘୋଷଣା କରିଦେଇଥିଲା ତାଲିବାନ। ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ କବିତା, ଚଳଚ୍ଚିତ୍ର, ସଙ୍ଗୀତ ଓ କଳା ସହ ଜଡିତ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି କାରଣରୁ ଆଫଗାନିସ୍ତାନରେ ଅନେକ କଳାକାର ଆଗକୁ ଆସିଛନ୍ତି। ଆଫଗାନିସ୍ତାନର ନୂତନ ଯୁଗର ଏହି ଲେଖକ, ଚଳଚ୍ଚିତ୍ର ନିର୍ମାତା ଓ କଳାକାରମାନେ କିଛି ସମୟ ପାଇଁ ଜନସାଧାରଣଙ୍କ ସହ ସେମାନଙ୍କର କାର୍ଯ୍ୟ ବାଣ୍ଟିଥିଲେ। କିନ୍ତୁ ଏବେ ଆଫଗାନିସ୍ତାନର କଳା ବିପଦରେ। କେବଳ ସେତିକି ନୁହେଁ ଫୱାଦ ଆଣ୍ଡ୍ରାବି ନାମକ ଜଣେ ଲୋକପ୍ରିୟ ଗାୟକଙ୍କର ତାଲିବାନ ଦ୍ୱାରା ମୃତ୍ୟୁ ପରଠାରୁ ଆଫଗାନିସ୍ତାନର କଳା ସମ୍ପ୍ରଦାୟରେ ନିରବତା ଛାଇ ଯାଇଛି। କାବୁଲର ଏକ ସଙ୍ଗୀତ ବିଦ୍ୟାଳୟ ନିଜ ଅନୁଷ୍ଠାନରେ ତାଲା ପକାଇଦେଇଛି। ଆଫଗାନିସ୍ତାନର ଲୋକପ୍ରିୟ ହାସ୍ୟ ଅଭିନେତାଙ୍କୁ ତାଲିବାନ ହତ୍ୟା କରିଥିଲା।

Leave a Reply

Your email address will not be published. Required fields are marked *

Back to top button