Thu. Jun 27th, 2019
61 views

ପ୍ରତିଶୋଧ ନେଇଥିବାରୁ ଭାରତକୁ ୧କୋଟି ଟଙ୍କା ପୁରସ୍କାର

ସେୟାର କରନ୍ତୁ:-

ମୁମ୍ବାଇ : ଜୈଶ୍‌-ଏ-ମହମ୍ମଦ ଅତେଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣର ୧୨ ଦିନପରେ ଭାରତୀୟ ସେନା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଛି । ସେନାର ଏପରି ସାହସିକ ଆଚରଣ ପରେ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି । ପୂର୍ବରୁ ଅନେକ ସହିଦ ଯବାନ ପରିବାରକୁ ବଲିଉଡ୍‌ ଷ୍ଟାର୍‌ମାନେ ଆର୍ଥିକ ଭାବେ ସହାୟତାର ହାତ ବଢ଼ାଇ ସାରିଛନ୍ତି । କେବଳ ସହିଦ ଯବାନ ନୁହଁନ୍ତି, ଭାରତୀୟ ସେନାକୁ ବି ମିଳିଛି ସାହସିକ ପୁରସ୍କାର। ପୁରସ୍କାର ବାବଦରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର ଭାରତୀୟ ସେନାକୁ ୧ କୋଟି ଟଙ୍କା ପ୍ରଦାନ କରିବା ଘୋଷଣା କରିଛନ୍ତି । ଲତା ତାଙ୍କ ବାପା ମାଷ୍ଟର୍‌ ଦିନନାଥ ମଙ୍ଗେସ୍‌କରଙ୍କ ମୃତ୍ୟୁ ବାର୍ଷିକୀରେ ଏହି ଘୋଷଣା କରିଛନ୍ତି।

ସେୟାର କରନ୍ତୁ:-

1 thought on “ପ୍ରତିଶୋଧ ନେଇଥିବାରୁ ଭାରତକୁ ୧କୋଟି ଟଙ୍କା ପୁରସ୍କାର

Leave a Reply

Your email address will not be published. Required fields are marked *