ଜଗତପୁର ଶିଳ୍ପାଞ୍ଚଳରେ ହତ୍ୟାକାଣ୍ଡ : ଦ୍ଵିତୀୟ ସ୍ଵାମୀ ଫେରାର

କଟକ : ଜଗତପୁର ଶିଳ୍ପାଞ୍ଚଳ ତ୍ରିନାଥ ସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। କବିତା ବେହେରା ନାମକ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ କରୁଣାକର ମହାଳିକଙ୍କୁ କିଛିଦିନ ତଳେ କବିତା ଦ୍ଵିତୀୟ ବିବାହ କରିଥିଲେ। ହେଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ କଳିଝଗଡା ଲାଗୁଥିଲା। ଗତକାଲି ରାତିରେ ମଧ୍ୟ ବଚସା ହୋଇଥିଲା। ଏଣେ କରୁଣାକର ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ରହିଛି। ସେଥିପାଇଁ ପୋଲିସ କରୁଣାକରଙ୍କୁ ଖୋଜୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button