ଶରଧାବାଲିରେ ତିନିରଥ : ଗୁରୁବାର ଆଡପ ବିଜେ

ପୁରୀ : ଗତକାଲି ଅଧାବାଟରେ ଅଟକିଥିବା ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଆଜି ଟାଣିନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିଆକଟରେ ପହଞ୍ଚିଥିଲା।

ଖବର ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖ ନିକଟରେ ଅଟକି ଥିଲା। ବୁଧବାର ସକାଳୁ ଆରମ୍ଭ ହୋଇଥିଲା ପୁଣି ରଥଟଣା। ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣିବାର ସୁଯୋଗ ପାଇଥିଲେ। ଆଜି ଓ ଆସନ୍ତାକାଲି ଶ୍ରୀଜିଉମାନଙ୍କର ଦର୍ଶନ ରଥ ଉପରେ ମିଳିବ। ଗୁରୁବାର ସଂଧ୍ୟାରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବେ। ଶୁକ୍ରବାର ଭକ୍ତମାନଙ୍କୁ ମିଳିବ ଆଡପ ଅବଢ଼ା।

Leave a Reply

Your email address will not be published. Required fields are marked *

Back to top button