ବିଜେଡି ନେତାଙ୍କ ମୃତ୍ୟୁ : ଦୁୁର୍ଘଟଣା ନା ହତ୍ୟା

ବ୍ରହ୍ମପୁର : ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କର ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଏହା ଦୁର୍ଘଟଣା ନା ଷଡ଼ଯନ୍ତ୍ର ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଛି ସୃଷ୍ଟି କରିଛି।

ଖବର ଅନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଶଙ୍କରଖାଳି ଛକଠାରେ ଲଳିତ ମୋହନ ଓ ଖମ୍ବାରିଗାଁ ଗ୍ରାମର ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। କିଛି ସମୟ ପରେ ମୋହନ ନିଜ ବୁଲେଟ୍ ଗାଡ଼ିରେ ଘରକୁ ଫେରିଥିଲେ। ହେଲେ ଖମ୍ବାରିଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ସ୍ଥାନରେ ରାମକୃଷ୍ଣଙ୍କ କାର୍ ଲଳିତ ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେବାରୁ ସେ ରାସ୍ତାକଡ଼ରେ ଥିବା ଏକ ନଡ଼ିଆ ଗଛରେ ପିଟିହୋଇ ଯାଇଥିଲେ। ଲଳିତ ମୋହନଙ୍କୁ ରାମକୃଷ୍ଣ ଉଦ୍ଧାର କରି ଦିଗପହଣ୍ଡି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଲଳିତ ମୋହନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ସ୍ଵାସ୍ଥ୍ୟକେନ୍ଦ୍ରରେ ମୋହନଙ୍କୁ ଛାଡ଼ି ରାମକୃଷ୍ଣ ଫେରାର ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button