ଏନଡିଏରେ ମିଶିଲା ଜିତନ ରାମଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଏକଜୁଟ ହେଉଛନ୍ତି। ଆସନ୍ତା ୨୩ ତାରିଖରେ ପାଟନାରେ ବୈଠକ। କିନ୍ତୁ ତା’ପୂର୍ବରୁ ବିରୋଧୀ ଏକତାକୁ ବିଜେପି ଦେଇଛି ଏକ ଧକ୍କା। ନିକଟରେ ବିହାର ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା (ଆଜି ଏନଡିଏରେ ଯୋଗଦେଇଛି।

ଖବର ଅନୁଯାୟୀ ଜିତନରାମ ଓ ତାଙ୍କ ପୁଅ ସନ୍ତୋଷ ସୁମନ ବୁଧବାର ନୂଆଦିଲ୍ଲୀଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏନଡିଏରେ ଯୋଗ ଦେବା ସମ୍ପର୍କରେ ସନ୍ତୋଷ ଘୋଷଣା କରିଥିଲେ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ କହିଛନ୍ତି ଆମେ ଆନୁଷ୍ଠାନିକ ଭାବେ ଏନଡିଏରେ ଯୋଗ ଦେଇଛୁ। ଅମିତ ଶାହାଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରେ ଆସନ ବୁଝାମଣା ନେଇ ନିଷ୍ପତ୍ତି ନିଆଯିବ। ବିହାର ବିଧାନସଭାରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ ବିଧାୟକ ଓ ବିହାର ବିଧାନ ପରିଷଦରେ ଜଣେ ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button