Fri. Sep 20th, 2019

ଦୁର୍ଗାପୂଜାରେ ଡିଜେ ବଜାଇବା ମନା

ଭୁବନେଶ୍ୱର: ଅକ୍ଟୋବର ୫ରୁ ଦୁର୍ଗାପୂଜା ଆରମ୍ଭ ହେବ। ଅକ୍ଟୋବର ୬ ମହାଷ୍ଟମୀ ଓ ୮ରେ ଦଶହରା। ଅକ୍ଟୋବର ୯ରେ ଭଷାଣୀ ଯାତ୍ରା। ମା’ଙ୍କୁ ଦିଆଯିବ ବିଦାୟ। କିନ୍ତୁ ଏଥର ଦୁର୍ଗାପୂଜାରେ ଡିଜେ ବାଜିବନି। ବିନା ଶବ୍ଦରେ ମା’ ଦୁର୍ଗାଙ୍କ ବିସର୍ଜନ କରାଯିବ। ଦୁର୍ଗାପୂଜା କମିଟିଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ କମିସନରେଟ୍‌ ପୋଲିସ କରିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ମଙ୍ଗଳବାର ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରର କ୍ଲବ ଓ ଯୁବ ସଂଗଠନ ଗୁଡ଼ିକର ପ୍ରସ୍ତୁତିକୁ ନେଇ ଏକ ବୈଠକ ଡକାଯାଇଥିଲା। ଏଥିରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପୂଜା କମିଟିମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିନା ‘ଡିଜେ’ରେ ଦୁର୍ଗା ପୂଜା ହେଉ। ଏହାଛଡା ପୂଜା ମଣ୍ଡପରେ ସିସିଟିଭି ଲଗାଯିବା ନେଇ ଆଲୋଚନା ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ଦୁର୍ଗା ପୂଜା ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *