ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ସମ୍ବଲପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମ୍ବଲପୁର ମାନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ। ପ୍ରଣତି ସାହୁ।

ଖବର ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ବିଲ୍ ପାସ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସେ ଭିଜିଲାନ୍ସକୁ ଜଣାଇବାରୁ ଯୋଜନା ମୁତାବକ ଠିକାଦାରଙ୍କ ଠାରୁ ଆଜି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁଙ୍କୁ ଧରିଥିଲେ। ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ପରେ ତାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button