Fri. Sep 20th, 2019

୧୩ରୁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରୁ ବିଧାୟକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ବିଧାନସଭାର କାର୍ଯ୍ୟବିଧି, କାର୍ଯ୍ୟ ପରିଚାଳନା ନିୟମାବଳୀ ଓ ଟେକ୍ନୋଲୋଜିର ଉପଯୋଗ ଆଦି ପ୍ରସଙ୍ଗରେ ଅବଗତ କରାଯିବ। ଲୋକସଭା ସଚିବାଳୟ ଓ ଓଡ଼ିଶା ବିଧାନସଭା ସଚିବାଳୟର ମିଳିତ ଆନୁକୁଲ୍ୟରେ ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ଏହି ଶିବିର ଅନୁଷ୍ଠିତ ହେବ। ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ହେବାକୁବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାର ବରିଷ୍ଠ ସଦସ୍ୟ, ଅନୁଭୂତିସମ୍ପନ୍ନ ଅଭିଜ୍ଞ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *