Fri. Sep 20th, 2019

ଆରଏସ୍‌ସ୍ ଢାଞ୍ଚା ଆପଣାଇବ କଂଗ୍ରେସ

ଭୁବନେଶ୍ଵର : ଜାତୀୟ କଂଗ୍ରେସ ଏବେ ଆରଏସଏସ ଫର୍ମୁଲା ଆପାଣାଇବାକୁ ଯାଉଛି। ସଂଘ ପ୍ରଚାରକ ଭଳି ଦଳରେ ପ୍ରେରକ ନିଯୁକ୍ତ ହେବେ। ଦେଶରେ ଯେଉଁଠି କ୍ୟାଡରଭୁକ୍ତ କ୍ଷମତାରେ ଅଛନ୍ତି ସେସବୁ ସ୍ଥାନରେ ଏହି ପ୍ରେରକମାନେ କଂଗ୍ରେସର ନୀତି ଆଦର୍ଶ ପ୍ରଚାର କରିବେ। ଦଳର ଢାଞ୍ଚାଗତ ପରିବର୍ତ୍ତନ ନେଇ ଏପରି ସୂଚନା ଦେଇଛନ୍ତି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରାମ ଚନ୍ଦ୍ର ଖୁଣ୍ଟିଆ। ସେ କହିଛନ୍ତି ଆସନ୍ତା ୨୦୨୨ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଦିଲ୍ଲୀରେ ଆସନ୍ତା ୧୨ ଓ ୧୩ ତାରିଖରେ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏ ନେଇ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *