Fri. Sep 20th, 2019

ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ସବୁଠୁ ଅଧିକ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରିତିଦିନ ପ୍ରାୟ ୩୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ନିଜ ଜୀବନକୁ ଶେଷ କରିଦେବାକୁ ଉଦ୍ୟମ କରୁଛନ୍ତି ୨୦ରୁ ଊର୍ଦ୍ଧ୍ଵ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପୁରୁଷମାନଙ୍କ ଆତ୍ମହତ୍ୟା ସଂଖ୍ୟା ସବୁଠାରୁ ଅଧିକ। ଏହାର ତଥ୍ୟ ହେଲା ୨୦୧୬ରେ ୭,୯୩.୦୦୦ ଜଣ ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପୁରୁଷ। ଏନସିଆରବି ତଥ୍ୟ କହୁଛି ୨୦୧୫ରେ ୯୧,୫୨୮ ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ। ସେହପରି ୨୦୦୫ ଓ ୨୦୧୦ରେ ଯଥାକ୍ରମେ ୬୬,୦୩୨ ଓ ୮୭,୧୮୦ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ।

କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଛି। ପ୍ରତିବର୍ଷ ଏହି ଘଟଣାରେ ପ୍ରାୟ ୮ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ୱାର୍ଲଡ ହେଲଥ ଅର୍ଗାନାଜେନସ ନେଟୱର୍କ ଅନ ସୁଇସାଇଡ ରିସର୍ଚ୍ଚ ଏଣ୍ଡ ପ୍ରିଭେନସନ ଅନୁସାରେ ପ୍ରତି ବର୍ଷ ୨.୩ ଲକ୍ଷ ଲୋକ ଭାରତରେ ଆତ୍ମହତ୍ୟା କରୁଛନ୍ତି। ବିଭିନ୍ନ କାରଣରୁ ଆତ୍ମହତ୍ୟା ସଂଖ୍ୟା ବାଢୁଥିବାରୁ ଏହା ଏବେ ଚିନ୍ତାଜନକ ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *