Fri. Sep 20th, 2019

ପାକିସ୍ତାନରେ କ୍ଷୀର ଲିଟର ୧୪୦

ନୂଆଦିଲ୍ଲୀ : ପାକିସ୍ତାନୀରେ କ୍ଷୀର ମହଙ୍ଗା। କରାଚିର କମିସନର୍‌ ଇଫ୍‌ତିଖାର୍‌ ଶାଲ୍‌ଓ୍ଵାନି ମୂଲ୍ୟ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ ମଧ୍ୟ ଦର ବୃଦ୍ଧିକୁ ରୋକିପାରି ନାହାଁନ୍ତି। କମିସନର୍‌ ଅଫିସ୍‌ କ୍ଷୀର ଲିଟରପିଛା ୯୪ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ମହରମ ଦିନ କରାଚି ଓ ସିନ୍ଧ୍‌ ପ୍ରଦେଶରେ ଏହା ୧୪୦ ଟଙ୍କାରେ ବିକ୍ରି ହୋଇଛି।

ପାକିସ୍ତାନୀ ଗଣମାଧ୍ୟମରେ କ୍ଷୀର ମୂଲ୍ୟ ବୃଦ୍ଧି ନେଇ ଖବର ପ୍ରକାଶ ପାଇଛି। ସବୁଠାରୁ ବଡ କଥା ହେଲା ପାକିସ୍ତାନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଠାରୁ ମୂଲ୍ୟ କ୍ଷୀରର ମୂଲ୍ୟ କମ୍‌। ପାକରେ ଏଇ ସପ୍ତାହରେ ପେଟ୍ରୋଲ୍‌ ଲିଟରପିଛା ୧୧୩ ଟଙ୍କା ଓ ଡିଜେଲ୍‌ ୯୧ଟଙ୍କା ଦରରେ ବିକ୍ରୟ ହେଉଥିଲା। କିନ୍ତୁ ସିନ୍ଧର କେତେକ ଅଞ୍ଚଳରେ କ୍ଷୀର ଲିଟର୍‌ ପହଞ୍ଚିଥିଲା ପିଛା ୧୪୦ ଟଙ୍କାରେ।

କ୍ଷୀର ମୂଲ୍ୟ ବୃଦ୍ଧି ନେଇ ଜଣେ ଦୋକାନୀଙ୍କ ମତ ହେଲା ହଠାତ୍‌ ଚାହିଦା ବଢ଼ିଯିବାରୁ କରାଚିରେ କ୍ଷୀର ଲିଟର୍‌ ୧୨୦ରୁ ୧୪୦ ଟଙ୍କାରେ ବିକ୍ରୟ ହୋଇଛି। କାରଣ ମହରମ ସମୟରେ ସହରର ବିଭିନ୍ନ ପ୍ରାନ୍ତରେ ପବିତ୍ର ମାସର ପଟୁଆର ଆସିଥାଏ। ଏଥିରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ କ୍ଷୀର, ଫଳରସ ଓ ଥଣ୍ଡାପାଣି ଅର୍ପଣ କରିବାକୁ ଷ୍ଟଲ୍‌ ଖୋଲିଥିଲା। ତେଣୁ କ୍ଷୀର ଚାହିଦା ବଢ଼ି ଯାଇଥିଲା।

ଷ୍ଟଲ୍‌ ବସାଇଥିବା ବାସିନ୍ଦା କହନ୍ତି ଆମେ ପ୍ରତିବର୍ଷ ଷ୍ଟଲ୍‌ ବସାଉ। ଏଥର କ୍ଷୀର ମୂଲ୍ୟ ବଢ଼ି ଯାଇଥିଲେ ମଧ୍ୟ ଆମେ ଷ୍ଟଲ୍‌ ବସାଇଥିଲୁ। ହେଲେ ମହରମ ଯୋଗୁଁ କ୍ଷୀରର ମୂଲ୍ୟ ଏତେ ବଢ଼ିଯିବା ଜୀବନଦଶା ମଧ୍ୟରେ ଦେଖିନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *