Fri. Sep 20th, 2019

ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ବ୍ୟାଗ୍‌ ଓଜନ ଯାଞ୍ଚ କରିବ ସ୍ପେଶାଲ ସ୍କ୍ୱାଡ୍‌

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ପରଖିବାକୁ ସ୍ପେଶାଲ ସ୍କ୍ୱାଡ୍‌। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୩ଟି ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‌ ଗଠନ କରିଛନ୍ତି। ଆଜିଠାରୁ ସ୍କ୍ୱାଡ୍‌ର ସଦସ୍ୟମାନେ ଅଚାନକ ସ୍କୁଲ୍‌ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି।

ଏହି ସ୍କ୍ୱାଡ୍‌ର ସଦସ୍ୟମାନେ ଅଚାନକ ସ୍କୁଲ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବେ। ଯାଞ୍ଚ ସମୟରେ ଯଦି ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *