Sat. Jul 20th, 2019

କ୍ରିକେଟ୍‌ରୁ ଅବସର ନେଇ ବିଜେପିରେ ଯୋଗଦେବେ ମହେନ୍ଦ୍ର ସିଂହ ଧୋନୀ !

ନୂଆଦିଲ୍ଲୀ : ଚଳିତ ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ପରାସ୍ତ ହୋଇ ବିଶ୍ବକପ୍ ରୁ ବାହାରିଯାଇଛି ଭାରତୀୟ ଦଳ । ବିଶ୍ବକପ୍ ରୁ ଭାରତ ବାହାରି ଯିବା ପରେ କ୍ରିକେଟ୍ ପ୍ରେମୀ ନିରାଶ ହୋଇଛନ୍ତି । ସେମିଫାଇନାଲରେ ଯେତେବେଳେ ଭାରତ ମାତ୍ର ୭୫ ରନ୍ ରେ ୫ ଓ୍ବିକେଟ୍ ହରାଇସାରିଥିଲା ସେତେବେଳେ ଦେଶର ଅର୍ଦ୍ଧାଧିକ ଲୋକ ନିଜ ଘରେ ଟିଭି ବନ୍ଦ କରିଦେଇଥିଲେ ।

ମାତ୍ର ରବୀନ୍ଦ୍ର ଜାଡେଜା ଏବଂ ମହେନ୍ଦ୍ର ସିଂ ଧୋନୀ ମ୍ୟାଚ୍ କୁ ଶେଷ ଓଭର ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥିଲେ । ମାତ୍ର ଧୋନୀ ରନ୍‌ ଆଉଟ୍ ହେବା ପରେ ଭାରତୀୟମାନଙ୍କର ସବୁ ଆଶା ମଉଳିଯାଇଥିଲା । ରନ୍ ଆଉଟ ହୋଇ ଯେତେବେଳେ ଧୋନୀ ପାଭେଲିୟନ ଫେରୁଥିଲେ ସେତେବେଳେ ତାଙ୍କ ମୁହଁରେ ନିରାଶ, ରାଗ ଏବଂ ହତାଶ ଦେଖିବାକୁ ମିଳିଥିଲା ।

ଧୋନୀଙ୍କ ଫ୍ୟାନ୍ ଙ୍କୁ ଲାଗିଥିଲା ସେମାନେ ଆଉ କେବେ ଧୋନୀଙ୍କୁ ଭାରତର ନୀଳ ଜର୍ସିରେ ଦେଖିବାକୁ ପାଇବେନାହିଁ । ଏହିସବୁ ଭିତରେ ଏନେଇ ଚର୍ଚ୍ଚା ଜୋର ଧରିଛି ଯେ ବିଶ୍ବକପ୍ ପରେ ଧୋନୀ କ୍ରିକେଟ୍ ରୁ ସନ୍ୟାସ ନେଇ ଘୋଷଣା କରିପାରନ୍ତି । କେବଳ ଏତିକି ନୁହେଁ ମିଡିଆ ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ୍ ରୁ ସନ୍ୟାନ ନେବା ପରେ ବିଜେପିରେ ଯୋଗଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ ବିହାର ବିଜେପିର ଜଣେ ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶଓ୍ବାନ କହିଛନ୍ତି ଯେ ମହେନ୍ଦ୍ର ସିଂ ଧୋନୀ ବିଜେପିର ସଦସ୍ୟତା ଗ୍ରହଣ କରନ୍ତୁ । ଏଥିପାଇଁ ତାଙ୍କ ସହ କେତେଥର ଆଲୋଚନା ମଧ୍ୟ କରାଯାଇସାରିଛି । ଖୁବ୍ ଶୀଘ୍ର ଔପଚାରିକ ଭାବେ ଏ ନେଇ ଘୋଷଣା ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *