ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମ୍ପତ୍ତିର ମାଲିକାନା ହକ୍ ନେଇ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ରେଭିନ୍ୟୁ ରେକର୍ଡରେ ସମ୍ପତ୍ତିର ଦାଖଲ-ଖାରଜ ବା ମ୍ୟୁଟେସନ ହୋଇଗଲେ ମାଲିକାନା ହକ୍ ମିଳିଯାଏନି କିମ୍ବା ସମାପ୍ତ ହୋଇଯାଏନି। ଉପଯୁକ୍ତ ସିଭିଲ କୋର୍ଟ ହିଁ ଏହି ମାଲିକାନା ଧାର୍ଯ୍ୟ କରନ୍ତି।

ଶନିବାର ସୁପ୍ରିମକୋର୍ଟର ଏମ.ଆର.ଶାହ ଓ ଜଷ୍ଟିସ୍ ଅନିଋଦ୍ଧ ବୋସ୍‌ଙ୍କ ପୀଠ କହିଛନ୍ତି ରେଭିନ୍ୟୁ ରେକର୍ଡରେ କେବଳ ଏକ ଏଣ୍ଟ୍ରିରେ ସମ୍ପତ୍ତି ଯାହାଙ୍କ ନାମରେ ସେ ତା’ର ମାଲିକ ହୋଇ ଯାଇପାରେବନି। ଆଇନରେ ଧାର୍ଯ୍ୟ ପ୍ରସ୍ତାବ ଅନୁସାରେ ଦାଖଲ-ଖାରଜ ସମ୍ପର୍କିତ ଏଣ୍ଟ୍ରି ବ୍ୟକ୍ତିଙ୍କ ପକ୍ଷରେ କୌଣସି ଅଧିକାର, ଟାଇଟଲ ଅଥବା ତାଙ୍କ ସପକ୍ଷରେ ନିଷ୍ପତ୍ତି କରେ ନାହିଁ। ଏହା କେବଳ ସମ୍ପତ୍ତିର ଆର୍ଥିକ ଉଦ୍ଦେଶ୍ୟ ଲାଗି ବୋଲି କହିଛନ୍ତି।

ସମ୍ପତ୍ତିର ମାଲିକାନା ହକ୍ ସମ୍ପର୍କରେ କୋର୍ଟ କହିଛନ୍ତି ଯେତେବେଳେ ଇଛାପତ୍ର (ୱିଲ ବା ବସିୟତ) ଆଧାରରେ ଦାଖଲ-ଖାରଜ ଦାବି କରାଯାଏ ଓ ଯେଉଁ ପକ୍ଷ ଦାବିଦାର ସେ ଇଛାପତ୍ର ସହ ଉପଯୁକ୍ତ ସିଭିଲ କୋର୍ଟରେ ଆବେଦନ କରିବା ବିଧେୟ। ସିଭିଲକୋର୍ଟଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ଦାଖଲ-ଖାରଜ ଏଣ୍ଟ୍ରି କରାଯାଇପାରେ ବୋଲି ପୀଠ ସ୍ପଷ୍ଟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ରାୟକୁ କାୟମ ରଖିଛି। ଯେଉଁଥିରେ ରିଭା ସେକ୍ସନର ଅତିରିକ୍ତ ଆୟୁକ୍ତଙ୍କ ଦ୍ୱାରା ଗୃହୀତ ଆଦେଶକୁ ଖାରଜ କରିଦିଆଯାଇଥିଲା। ଯେଉଁଥିରେ ଆୟୁକ୍ତ ରେଭିନ୍ୟୁ ରେକର୍ଡରେ ଜଣେ ବ୍ୟକ୍ତିଙ୍କ ନାମ ବଦଳାଇ ଦେବାକୁ ଆଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button