Fri. Sep 20th, 2019

ଚନ୍ଦ୍ରବାବୁ ନାଇଡୁ, ପୁଅ ଲୋକେଶ ଓ ଟିଡିପି ନେତା ଗୃହବନ୍ଦୀ

ନୂଆଦିଲ୍ଲୀ : ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ‘ଚଲୋ ଆତ୍ମାକୁର’ ରାଲି ନିମନ୍ତେ ଆହ୍ଵାନ ଦେଇଥିବା କାରଣରୁ ଦଳର ମୁହ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜିଠାରୁ ୧୧ ତାରିଖ ଯାଏଁ ଗୃହବନ୍ଦୀ କରାଯାଇଛି। ତାଙ୍କ ପୁଅ ନର ଲୋକେଶ ଓ ଅନ୍ୟ କେତେକ ଟିଡିପି ନେତା ହୋଇଛନ୍ତି ଗୃହବନ୍ଦୀ।

ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ଘରେ ପୋଲିସ ତାଙ୍କୁ ଅଟକ ରଖିଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ପରେ ରାଜ୍ୟରେ ଉତ୍ତେଜନ ଦେଖାଦେଇଛି। ଅଟକ ବିରୋଧରେ ପ୍ରତିବାଦପୂର୍ବକ ଚନ୍ଦ୍ରବାବୁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏଁ ଅନଶନ ଆରମ୍ଭ କରିଛନ୍ତି। ନାଇଡୁଙ୍କ ଘର ବାହାରେ ଜମା ହୋଇଥିବା ଟିଡିପିର ସଦସ୍ୟମାନେ ଅଟକ ବିରୋଧରେ ପ୍ରତିବାଦ କରିବା ବେଳେ ପୋଲିସ ସହ ସଂଘର୍ଷ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *