ଯୁଦ୍ଧ ବିମାନ ଇଞ୍ଜିନ ଏଣିକି ଭାରତରେ ତିଆରି ହେବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବ୍ୟବହାର ହେଉଥିବା ଯୁଦ୍ଧ ବିମାନ ଇଞ୍ଜିନ ଏଣିକି ଭାରତରେ ତିଆରି ହେବ। ଏଥିପାଇଁ ଆମେରିକାର ଜେନେରାଲ ଇଲେକ୍ଟ୍ରିକ (ଜେଇ) ଅରୋସ୍ପେସ ଓ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ମଧ୍ୟରେ ଚୁକ୍ତି ହୋଇଛି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ୱାଶିଂଟନରେ ଜେଇର ଅଧ୍ୟକ୍ଷ ଏଚ୍‌ ଲରେନ୍ସ କୁଲପ ଜୁନିୟରଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଅବସରରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଇଞ୍ଜିନ ହାଲ୍‌ ସହିତ ମିଶି ତିଆରି କରିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଜେଇ ଏରୋସ୍ପେସ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ଏହି ଏମଓୟୁ ମାଇଲଖୁଣ୍ଟ ଭାବେ ଉଭା ହୋଇଛି। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଅଧିକ ମଜବୁତ କରିବାକୁ ଏହା ବଡ଼ ଭୂମିକା ନିର୍ବାହ କରିବ। ବୁଝାମଣା ଅନୁଯାୟୀ ଜେଇ ଏରୋସ୍ପେସର ଏଫ୪୧୪ ଇଞ୍ଜିନ ମିଳିତ ଭାବେ ଭାରତରେ ତିଆରି କରାଯିବ। ଏଥିପାଇଁ ଆବଶ୍ୟକ ରପ୍ତାନୀ ସାମଗ୍ରୀର ଅନୁମତି ସକାଶେ କମ୍ପାନୀ ଆମେରିକା ସରକାରଙ୍କ ସହ ମିଳିତ ଭାବେ କାମ କରିବ। ଏହା ଭାରତୀୟ ବାୟୁସେନାର ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ଏମକେ ୨ କାର୍ଯ୍ୟକ୍ରମର ଅଂଶ ବିଶେଷ ବୋଲି ବିବୃତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button