Fri. Sep 20th, 2019

ଏମିତି ମନ୍ଦିର, ପ୍ରତିଦିନ ଭୋଗ ହୁଏ ୧୦ କ୍ୱିଣ୍ଟାଲ ପିଆଜ

ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଚାଲି ଚଳନ ମଧ୍ୟ ଭିନ୍ନ। ଦେବାଦେବୀଙ୍କ ପୂଜାର୍ଚ୍ଚନା ବି ନିଆରା। ସେହିପରି ରାଜସ୍ଥାନ ଚୁରୁ ଜିଲା ସାଦୁଲପୁର ସ୍ଥିତ ଦଦରଓ୍ବୋ ଧାମର ଠାକୁର। ଏଠାରେ ପୂଜା ପାଉଛନ୍ତି ଗୋଗାଜୀ ବା ଗୋରେଖନାଥ। ତାଙ୍କ ପାଖରେ କେବଳ ପିଆଜ ଭୋଗ ହୁଏ। ମନ୍ଦିରରେ ଏହି ପରମ୍ପରା ବହୁ ପୁରୁଣା କାଳରୁ ଚଳି ଆସିଛି। ପ୍ରତିଦିନ ପ୍ରାୟ ୧୦ କ୍ୱିଣ୍ଟାଲରୁ ଅଧିକ ପିଆଜ ଏଠି ଜମା ହୋଇଥାଏ।

ଦୂର ଦୁରନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। ନିଜର ମନସ୍କାମନା ପୂରଣ ପାଇଁ କରନ୍ତି ମାନସିକ। ଆଉ ମନୋବାଞ୍ଛା ପୂରଣ ହେଲେ ଗୋଗାଜୀଙ୍କ ପାଖରେ ଲାଗି କରନ୍ତି ପିଆଜ ଭୋଗ। ପ୍ରତିବର୍ଷ ରକ୍ଷାବନ୍ଧନ ପରଦିନ ଠାରୁ ଗୋଗାଜୀଙ୍କ ପାଖରେ ଏକମାସ ପର୍ଯ୍ୟନ୍ତ ମେଳା ଆୟୋଜିତ ହୋଇଥାଏ। ଶୁକ୍ଳ ଓ କୃଷ୍ଣ ପକ୍ଷ ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀରେ ମନ୍ଦିରରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।

Leave a Reply

Your email address will not be published. Required fields are marked *