Fri. Sep 20th, 2019

୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା

ଭୁବନେଶ୍ଵର : ଜଗତସିଂହପୁର ପୋକାମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୬ ମାସର ଛୁଆକୁ ଧରି ମା ନଦୀକୁ ଡେଇଁପଡିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ଜଣେ ମହିଳା ଛୋଟ ଛୁଆକୁ ଧରି ଦେବୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ନାଉଗାଁ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜଖୋଜି କରିଥିଲେ ହେଁ ଉଭୟଙ୍କ ପତ୍ତା ମିଳିନଥିଲା। ଏହି ମହିଳା ଜଣକ ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ। ଅରକ୍ଷିତ ବାହାରେ ଚାକିରି କରୁଥିବାରୁ ଲିପିନା ନିଜ ଶାଶୁ ଶ୍ୱଶୁରଙ୍କ ସହ ରୁହନ୍ତି। ଗତ ରାତିରେ ଲିପିନା ନିଜ ଛୁଆକୁ ଧରି ଘର ବାହାରେ ବୁଲୁଥିଲେ। କିଛି ସମୟ ପରେ ସେ ଘରପାଖ ନଦୀକୁ ଡେଇଁ ପଡ଼ିଥିବା ଗାଁ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ।

Leave a Reply

Your email address will not be published. Required fields are marked *