ଭିଜିଲାନ୍ସ ଜାଲରେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ। ତାଙ୍କ ଭୁବନେଶ୍ୱର କାନନବିହାର ଘରୁ ୨ କୋଟି ୨୫ ଲକ୍ଷ ମିଳିଥିବା ବେଳେ ପଡ଼ୋଶୀ ଘର ଛାତ ଉପରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଠାବ ହୋଇଛି। ଆଉ ନବରଙ୍ଗପୁର ସରକାରୀ ଘରୁ ଜବତ ହୋଇଛି ନଗଦ ୭୭ ଲକ୍ଷ ଟଙ୍କା। ଚଢଉ ଚାଲିଥିବାରୁ ଆହୁରି ଧନ ସଂପତ୍ତି ମିଳିବାର ସମ୍ଭାବନା ରହିଛି।

ଖବର ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏହି ସମୟରେ କେହି ଜଣେ ପଡ଼ୋଶୀଙ୍କ ଛାତକୁ ପେଟିରେ କ’ଣ ଫୋପାଡ଼ିବା ଭିଜିଲାନ୍ସ ଅଧିକାରୀଙ୍କ ନଜରକୁ ଆସିବାରୁ ଛାତ ଉପରୁ ଟଙ୍କା ପେଟି ଗୁଡ଼ିକୁ ଜବତ କରଯାଇଥିଲା।

ସେହିପରି ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button