ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ଉପରେ ନିଷ୍ପତ୍ତି : ଖଡ୍‌ଗେ

ନୂଆଦିଲ୍ଲୀ : ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀର ପ୍ରଶାସନିକ ସେବା ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ବିରୋଧ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ବିରୋଧୀ ଏକତା ବୈଠକରୁ ‘ଆପ୍‌’ ଓହରି ଯିବ ବୋଲି କହିବା ପରେ ଖଡ୍‌ଗେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

ଶୁକ୍ରବାର ପାଟନା ଅଭିମୁଖେ ବାହାରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଓ ‘ଆପ୍‌’ର ମନ୍ତବ୍ୟ ପ୍ରସଙ୍ଗରେ ପଚରା ଯାଇଥିଲା। ସେ କହିଲେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ତାଙ୍କ ଦଳ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବ। ସଂସଦର ବିଷୟବସ୍ତୁ ହୋଇଥିବା ବେଳେ ଏକଥା ସବୁଆଡ଼େ କାହିଁକି ଆଲୋଚନା କରାଯାଉଛି କହି ସେ ବିସ୍ମିତ ହୋଇଛନ୍ତି।

ସେ କହିଲେ ଏହାକୁ ବିରୋଧ କିମ୍ବା ସମର୍ଥନ କରିବା କଥା ବାହାରେ ହେବନାହିଁ। ଯାହାହେବ ସଂସଦ ଭିତରେ ହେବ। ମିଳିତ ଭାବେ କେଉଁ ପ୍ରସଙ୍ଗରେ କାମ କରିବେ ତାହା ସଂସଦ ଅଧିବେଶନ ଆରମ୍ଭ ହେବା ଆଗରୁ ସମସ୍ତ ବିରୋଧୀ ଦଳ ସ୍ଥିର କରିବେ। ସେମାନେ (ଆପ୍‌) ଏକଥା ଜାଣନ୍ତି ଓ ତାଙ୍କ ନେତା ଆମ ସର୍ବଦଳୀୟ ବୈଠକକୁ ଆସିଛନ୍ତି। ବାହାରେ ଏ ପ୍ରସଙ୍ଗ ‌ଏତେ ପ୍ରଘଟ କରାଯିବାର କାରଣ ମୁଁ ଜାଣିପାରୁ ନାହିଁ।

Leave a Reply

Your email address will not be published. Required fields are marked *

Back to top button