Fri. Sep 20th, 2019

କାଶ୍ମୀର ପ୍ରସଙ୍ଗରେ ପାକ୍ ଆବେଦନକୁ ଜାତିସଂଘ ଗ୍ରହଣ କଲାନି

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଜାତିସଂଘରେ ନିରାଶ ହୋଇଛି। ଜାତିସଂଘ ସ୍ପଷ୍ଟ କରିଛି ପାକିସ୍ତାନର ଆବେଦନକୁ ସ୍ୱିକାର କରାଯାଇ ପାରିବନି। ୟୁଏନ ମହାସଚିବଙ୍କ ମୁଖପାତ୍ରଙ୍କ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଦୁଇଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରିବା ଆବଶ୍ୟକ। 

ସୂଚନାଯୋଗ୍ୟ ଯେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ମଧ୍ୟସ୍ଥତା କରିବା ପାଇଁ ପହିସାତନ ନିବେଦନ କରିଥିଲା। ଏହାକୁ ଜାତିସଂଘ ଗ୍ରହଣ କରିନି। ୟୁଏନ ଜେନେରାଲ ସେକ୍ରେଟରୀଙ୍କ ପ୍ରବକ୍ତା ଷ୍ଟିଫନ ଦୁଜାରିକ କହିଛନ୍ତି ମଧ୍ୟସ୍ଥତା ଉପରେ ଆମର ସ୍ଥିତି ପୂର୍ବପରି ରହିଛି। ସେଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ମହାସଚିବ ଦୁଇ ଦେଶର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଜୀ-7ର ବୈଠକରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ସମୟରେ ଏହା ଉପରେ ଚର୍ଚ୍ଚା ହୋଇଥିବା ବେଳେ ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଅନ୍ୟ ଦେଶପରି କାଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛି ଜାତିସଂଘ।

Leave a Reply

Your email address will not be published. Required fields are marked *