Fri. Sep 20th, 2019

ଏମଡିଏଚ ସମ୍ବର ମସଲାରେ ବ୍ୟାକ୍ଟେରୀଆ, ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତର ଲୋକପ୍ରିୟ ଏମଡିଏଚ ମସଲାକୁ ଆମେରିକାରେ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମସଲାରେ ବ୍ୟାକ୍ଟେରୀଆ ଥିବା ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ସଂସ୍ଥା ୟୁଏସଏଫଡିଏ ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯାଇଛି। ବିକ୍ରି ହୋଇଥିବା ମସଲା ପ୍ୟାକେଟକୁ ଦୋକାନରେ ଫେରସ୍ତ ଦେବା ପାଇଁ ଗ୍ରାହକମାନଙ୍କୁ ଦିଆଯାଇଛି ପରାମର୍ଶ।

ଏହାଛଡା ବଜାରରେ ୩ଟି ବ୍ୟାଚର ସମ୍ବର ମସଲା ପ୍ୟାକେଟକୁ ଫେରାଇ ନିଆଯାଉଛି। ସାଲମନେଲା ବ୍ୟାକ୍ଟେରିଆ ସାଧାରଣତଃ ସଂକ୍ରମିତ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୀଥାଏ। ଏହା ପେଟକୁ ଗଲେ ଅନ୍ତନଳୀକୁ ସଂକ୍ରମିତ କରେ। ଫଳରେ ବାନ୍ତି, ଝାଡା, ପେଟ ଦରଜ ଆଦି ପ୍ରତିକ୍ରିୟା ଦେଖାଦିଏ। ଆମେରିକାରେ ପ୍ରତିବର୍ଷ ଏହି ସାଲମନେଲା ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ପ୍ରାୟ ୧୨ ଲକ୍ଷ ଲୋକ ଅସୁସ୍ଥ ହୁଅନ୍ତି। ସେମାନଙ୍କ ମଧ୍ୟରୁ ୪୫୦ ଜଣ ମୃତ୍ୟୁବରଣ କରନ୍ତି।

Leave a Reply

Your email address will not be published. Required fields are marked *