Fri. Sep 20th, 2019

ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତିି ୨୭୫ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବୃଦ୍ଧି ପାଉଛି। ୭ଟି ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ ଇତିମଧ୍ୟରେ ସକ୍ରିୟ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ସତର୍କ କରାଇଛି। ଗୋଇନ୍ଦା ସୂଚନା ଅନୁଯାୟୀ ୨୭୫ ଆତଙ୍କବାଦୀଙ୍କୁ ଏକାଠି କରାଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ ଆଳରେ ସେମାନଙ୍କୁ ଭାରତରେ ଅନୁପ୍ରବେଶ କରିବେ। ଏଥିପାଇଁ ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ପ୍ରୟାସ କରୁଥିବା କୁହାଯାଇଛି। ଆଉ ଦର୍ଶଯାଇଛି ଗୁରେଜ ସ୍କେଟର ଲଞ୍ଚ୍‌ପ୍ୟାଡ୍‌ରେ ୮୦ ଆତଙ୍କବାଦୀ ରହିଛନ୍ତି। ସେହିପରି ମଛଲି ସେକ୍ଟରରେ ୬୦, କାରନାହରେ ୫୦, କେରାନ୍‌ରେ ୪୦, ଉରିରେ ୨୦, ନୌଗାମ୍‌ରେ ୧୫ ଏବଂ ରାମପୁରରେ ୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତିି।

Leave a Reply

Your email address will not be published. Required fields are marked *