Fri. Sep 20th, 2019

ବୈଜ୍ଞାନିକମାନଙ୍କୁ ଇସ୍ରୋ ଅଧ୍ୟକ୍ଷଙ୍କ ପରାମର୍ଶ: ଚିନ୍ତା ନକରି ଆଗାମୀ ମିଶନ ଉପରେ ଧ୍ୟାନଦିଅ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ମିଶନର ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଛିନ୍ନ ହୋଇଥିଲେ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ମନୋବଳ କମିନାହିଁ। ଲ୍ୟାଣ୍ଡର ବିକ୍ରମ କଣ ପାଇଁ କୋମଳ ଅବତରଣ ବା ସଫ୍ଟ ଲାଣ୍ଡିଂ କରିଲା ନାହିଁ ତାହାର ଅନୁଧ୍ୟାନ ଚାଲିଥିବା ବେଳେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଭବିଷ୍ୟତର ମିଶନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ବୈଜ୍ଞାନିକଙ୍କୁ ପରାମର୍ଶ ଦେଇଛନ୍ତି।

ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ଆମ ଅଧ୍ୟକ୍ଷ ଇଣ୍ଟରନାଲ ନେଟଓ୍ଵର୍କ ଜରିଆରେ ଆମକୁ କହିଛନ୍ତି ଚନ୍ଦ୍ରଯାନ-୨ ଅର୍ବିଟର ସାଇନ୍ସରେ ୧୦୦ ପ୍ରତିଶତ ସଫଳ ରହିଛି। ଲାଣ୍ଡିଂ ଟେକ୍ନୋଲୋଜି ୯୫ ପ୍ରତିଶତ ଠିକ ରହିଥିବା ବେଳେ ସଫ୍ଟ  ଲାଣ୍ଡିଂ ସ୍ଥାନରେ ବିକ୍ରମ ହାର୍ଡ ଲାଣ୍ଡିଂ କରିଛି। ଏହି ବିଷୟରେ ଅଧିକ ଚିନ୍ତା ନକରି ଭବିଷ୍ୟତ ମିଶନ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *