Fri. Sep 20th, 2019

ଅଙ୍ଗନବାଡି କର୍ମୀଙ୍କୁ ପ୍ରେମକରି ଛେଚା ଖାଇଲେ ଶିକ୍ଷକ

ନୂଆଦିଲ୍ଲୀ : ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଗ୍ରାମବାସୀ ଧରିଲେ। ଏଭଳି ଘଟଣା ତାମିଲନାଡୁର ଏକ ସରକାରୀ ସ୍କୁଲରେ ଘଟିଛି। ଅଭିଯୁକ୍ତ ଶିକ୍ଷକଙ୍କ ବୟସ ୩୮ବର୍ଷ। ତାଙ୍କ ନାମ ବି ସର୍ବନନ ବୋଲି ଜଣାପଡ଼ିଛି।


ପୋଲିସର ସୂଚନା ଅନୁଯାୟୀ ଏସ୍‌ ଉଡ୍ଡୁପ୍ପମ ପଞ୍ଚାୟତର ସରକାରୀ ସ୍କୁଲରେ ଶିକ୍ଷକ ଥିବା ସର୍ବନନ ଜଣେ ଅଙ୍ଗନବାଡି କର୍ମୀଙ୍କ ସହିତ ପ୍ରେମ ସଂପର୍କରେ ଥିଲେ। ମଙ୍ଗଳବାର ସ୍କୁଲ ବନ୍ଦ ହେବା ପରେ ଦୁହେଁ ସ୍କୁଲରେ ରହିଥିଲେ। ଏ କଥା କୌଣସି ପ୍ରକାର ଗ୍ରାମବାସୀମାନେ ଜାଣିବାରୁ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ଶିକ୍ଷକ ଓ ଅଙ୍ଗବାଡିକର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶିକ୍ଷକଙ୍କୁ ଧରି ନିସ୍ତୁକମାଡ ମାରିଥିଲେ ଗ୍ରାମବାସୀ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସର୍ବନନକୁ ଉଦ୍ଧାର କରି ବିଚାରବିଭାଗୀୟ ହେପାଜତକୁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *