Fri. Sep 20th, 2019

ଭାରତର ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ ଭାରତର ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ପରୀକ୍ଷା ଆଜି ସଫଳ ହୋଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହି ମିସାଇଲ୍କୁ ଜଣେ ସୈନିକ ଉଠାଇ ନେଇ ଟ୍ୟାଙ୍କକୁ ଟାର୍ଗେଟ କରି ପାରିବେ। ଡିଆର୍‌ଡିଓ ଏହି ମ୍ୟାନ ପୋର୍ଟେବଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ସିଷ୍ଟମକୁ ତିଆରି କରିଛି। ଏଥିରେ ଅନେକ ଉନ୍ନତ ମାନର ସିଷ୍ଟମ ରହିଛି। ଅଲଟ୍ରା ମଡର୍ଣ୍ଣ ଇନଫ୍ରାରେ ଇମେଜିଂ ସିଷ୍ଟମ ସହ ଆଭିଓନିକରସମିଶ୍ରଣ କରାଯାଇଛି। ଭାରତର ପଦାତିକ ବାହିନୀ ପାଇଁ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ବେଶ୍‌ ସହାୟକ ହେବ।

Leave a Reply

Your email address will not be published. Required fields are marked *