ପତ୍ନୀ ହତ୍ୟା ମାମଲା : ଗୁଣୁପୁର ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

ଭୁବନେଶ୍ଵର : ପତ୍ନୀ ହତ୍ୟା ମାମଲାରେ ରାୟଗଡ଼ା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ କୋର୍ଟ ଏହି ରାୟ ଦେଇଥିବା ବେଳେ ଆସନ୍ତା ମଙ୍ଗଳବାର ଦଣ୍ଡ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶିରେଖା ଗମାଙ୍ଗୋଙ୍କର ୧୯୯୫ ଅଗଷ୍ଟ ୨୯ ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳନଗର ଏମ୍‌ଏଲଏ କଲୋନି ସରକାରୀ ଘରୁ ଶଶିରେଖାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ଦିନ ୧୦ଟା ୪୫ ମିନିଟରେ ପତ୍ନୀ ବାଥରୁମ୍‌ରେ ଆତ୍ମହତ୍ୟା କରିଛନ୍ତି ବୋଲି ରାମମୂର୍ତ୍ତି ପୋଲିସକୁ ଖବର ଦେଇଥିଲେ। କିନ୍ତୁ ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା। ପରେ ଜଣାପଡିଥିଲା ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରାଯାଇଥିଲା। ସେହି ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ ରାମମୂର୍ତ୍ତି ଗମାଙ୍ଗ ୧୯୯୦ରେ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ଦଳ ଛାଡ଼ି ୨୦୦୦ ମସିହାରେ ବିଜେପି ଟିକେଟରେ ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button