Fri. Sep 20th, 2019

ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ବସ୍‌ ରହିବନି

ଭୁବନେଶ୍ୱର: ରାଜଧାନୀର ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକ ବସ୍‌ ଷ୍ଟପ୍‌ ରେ ଆଉ ବସ୍‌ ରହିବନି। ଟ୍ରାଫିକ୍ ସମସ୍ୟାକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏଣିକି ସତ୍‌ସଙ୍ଗ ବିହାର ସମ୍ମୁଖରେ ବସ୍‌ ଅଟକିବ। ଏହି ନୂଆ ବସ୍‌ ଷ୍ଟପ୍‌ ରୁ ଯାତ୍ରୀମାନେ ଗନ୍ତବ୍ୟ ସ୍ତଳକୁ ଯାତ୍ରା କରିବେ।

ଟ୍ରାଫିକ୍ ସମସ୍ୟା ଏଡାଇବା ସହିତ ଯାତ୍ରୀମାନାଁକୁ ବସ୍ ଧରିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁ ଗାଡ଼ି ଗୁଡ଼ିକ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌ରୁ ବାହାରି କଟକ ଅଭିମୁଖେ ଯାଉଛି ତାହା ଏବେ କ୍ରାଉନ୍‌ ହୋଟେଲ ବସ୍‌ ଷ୍ଟପ୍‌ରୁ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ ଦେଇ ସତ୍‌ସଙ୍ଗ ବିହାର ଯିବ। ଫଳରେ ବାଣୀବିହାର ଓ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଛକରେ ଟ୍ରାଫିକ ସମସ୍ୟା କମିବା ବୋଲି ଟ୍ରାଫିକ୍ ପୋଲିସ ଆଶା ରଖିଛି।

Leave a Reply

Your email address will not be published. Required fields are marked *