Fri. Sep 20th, 2019

ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ : ପାକିସ୍ତାନ ସହିତ ଉତ୍ତେଜନା ଲାଗି ରହିଥିବା ବେଳେ ବୁଧବାର ଦିନ ଲଦାଖରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣା ୧୩୪ କିଲୋମିଟର ଦୀର୍ଘ ପୈଗୋଙ୍ଗ ହ୍ରଦର ଉତ୍ତର ପାଶ୍ୱର୍ରେ ଘଟିଛି। ଏହି ଅଞ୍ଚଳର ଏକ ତୃତୀୟାଂଶ ଏବେ ଚୀନ ନିୟନ୍ତ୍ରଣରେ ରହିଛି।  

ସୂତ୍ର ଅନୁସାରେ ଭାରତୀୟ ସୈନିକ ପେଟ୍ରୋଲିଂରେ ଥିବା ସମୟରେ ଚୀନ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ। ଚୀନ ସୈନିକମାନେ ସଂପୃକ୍ତ ଅଞ୍ଚଳରେ ଭାରତୀୟ ସୈନିକଙ୍କ ଉପସ୍ଥିତିକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ପରେ ଉଭୟ ପକ୍ଷରୁ ସୈନିକ ସଂଖ୍ୟା ବଢ଼ାଇ ଦିଆଯାଇଥିବା ବେଳେ ବିଳମ୍ବିତ ସନ୍ଧ୍ୟା ଯାଏଁ ଉତ୍ତେଜନା ପ୍ରକାଶ ପାଇଥିବା ଖବର ମିଳିଛି। 

Leave a Reply

Your email address will not be published. Required fields are marked *