ଛାଡ଼ପତ୍ର ପାଇଁ ଉସକାଉଥିବା ଶାଶୁଙ୍କୁ ନିର୍ମମ ହତ୍ୟା

ବିଜୟୱାଡା : ଶାଶୁଙ୍କୁ ନିର୍ମମ ହତ୍ୟା। ପତ୍ନୀଙ୍କୁ ଛାଡ଼ପତ୍ର ପାଇଁ ବାରମ୍ବାର ଉସାଇକାଇବାରୁ ଜ୍ୱାଇଁ ଶନିବାର ରାତିରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ଜଣାପଡିଛି।

ଖବର ଅନୁଯାୟୀ ନାଗମଣିଙ୍କ ଝିଅଙ୍କୁ ରାଜେଶ ବିବାହ କରିଥିଲେ। ହେଲେ ନାଗମଣି କିଛିଦିନ ହେବ ଜ୍ୱାଇଁଙ୍କୁ ଛାଡ଼ପତ୍ର ଦେବାପାଇଁ ଝିଅଙ୍କୁ ଉସକାଇବାରୁ ରାଜେଶଙ୍କ ପତ୍ନୀ ତାଙ୍କଠାରୁ ଅଲଗା ରହୁଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇଥିଲେ ରାଜେଶ। ଶନିବାର ରାତିରେ ଗୋଟିଏ ଧାରୁଆ ଅସ୍ତ୍ରରେ ବିଜୟୱାଡାର ସି ଭେଙ୍କଟ ରାଓ ଫ୍ଲାଏ ଓଭର ଉପରେ ନାଗମଣିଙ୍କୁ ହାଣି ହତ୍ୟା କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ ରାଜେଶକୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button