Fri. Sep 20th, 2019

ପାକ ସେନା ଆତଙ୍କବାଦୀଙ୍କ ସହ ସଂପର୍କ ଯୋଡିବାକୁ ବ୍ୟବହାର କରୁଛି ଏଫଏମ ଟ୍ରାନ୍ସମିଶନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ହିଂସା ବଢାଇବାକୁ ପାକିସ୍ତାନ ସେନା ଆତଙ୍କବାଦୀମାନଙ୍କ ସହ ଯୋଗାଯୋଗ ପାଇଁ ଏଫଏମ ଟ୍ରାନ୍ସମିଶନ ବ୍ୟବହାର କରୁଛନ୍ତି। କୋର୍ଡ ଶବ୍ଦକୁ ଅନୁଧ୍ୟାନ କରି ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ସୂଚନା ଦେଇଛି।

ଖବର ଅନୁସାରେ ଏହି କୋର୍ଡ ଶବ୍ଦ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ନିୟନ୍ତ୍ରଣ ରେଖା ନିକଟରେ ଲଗାଯାଇଥିବା ଏଫଏମ ଟ୍ରାନ୍ସମିଶନ ମାଧ୍ୟମରେ ପଠାଯାଉଛି। ଯେଉଁଥିରେ ଜୈଶ-ଏ-ମହମ୍ମଦ ପାଇଁ (୬୬/୮୮), ଲସ୍କର-ଏ-ତଇବା ପାଇଁ (ଏ୩) ଓ ଅଲ ବଦ୍ର ପାଇଁ (ଡି୯) କୋର୍ଡ ରଖାଯାଇଛି। ପାକିସ୍ତାନର ଜାତୀୟ ସଂଗୀତ ‘କୌମି ତରାନା’ ମାଧ୍ୟମରେ ଏହି କୋର୍ଡ ଦିଆଯାଇଛି। ଗତ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାର ଏକ ସପ୍ତାହ ପରେ ଏହି କୋଡ ପ୍ରସ୍ତୁତ କରାଯାଇଥିଲା। ଏହା ପରେ କଶ୍ମୀରରେ ଲ୍ୟାଣ୍ଡଲାଇନ, ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା। 

Leave a Reply

Your email address will not be published. Required fields are marked *