ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା

ବାଙ୍କୁଡ଼ା : ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ଦୁଇଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୨ଟି ୱାଗନ୍‌ ୱାଗନ୍‌ ଧାରଣାଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ମାଲ୍‌ବାହୀ ଟ୍ରେନ୍‌ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି।

ରେଳବାଇ ବିବୃତି ଅନୁଯାୟୀ ଖାଲିଥିବା ଦୁଇଟି ମାଲ୍‌ବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କେମିତି ଦୁର୍ଘଟଣା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ଯୋଗୁଁ ଦକ୍ଷିଣ-ପୂର୍ବ ରେଳବାଇ ଅନ୍ତର୍ଭୁକ୍ତ ଆଦ୍ରା ଡିଭିଜନ୍‌ର ପଶ୍ଚିମ ମିଦନାପୁର, ବାଙ୍କୁଡ଼ା, ପୁରୁଲିଆ ଓ ବର୍ଦ୍ଦମାନ ଏବଂ ଝାଡ଼ଖଣ୍ଡର ଧାନବାଦ, ବୋକାରୋ ଓ ସିଂହଭୂମ ଜିଲ୍ଲାରେ ରେଳ ଚଳାଚଳ ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button