Fri. Sep 20th, 2019

ପିଇଓଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ଭୁବନେଶ୍ଵର : ସରକାରୀ କାର୍ଯ୍ୟରେ ଅବହେଳା ଓ ବିଭିନ୍ନ କାମରେ ହେଉଥିବା ଘୋଟଲାର ଯୋଗୁ ଲୋକେ ତାତିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବଡ ଟେମେରା ପଞ୍ଚାୟତ ପିଇଓ କାଳିପଦ କୀର୍ତ୍ତନିଆଙ୍କୁ ଗ୍ରାମବାସୀ ପଞ୍ଚାୟତ ଅଫିସ ଭିତରେ ତାଲା ପକେଇ ଦେଇଥିବା ଖବର ମିଳିଛି।

ସବୁଧବାର ଟେମେରା ଠାରେ ପଲ୍ଲିସଭା ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରାମବାସୀ ଆସି ପଞ୍ଚାୟତ ଅଫିସଠାରେ ଅପେକ୍ଷା କରିଥିଲେ। କିନ୍ତୁ ପିଇଓଙ୍କ ଦେଖା ମିଳିନଥିଲା। ପୂର୍ବରୁ ମଧ୍ୟ ପିଇଓ ଏଭଳି ଅବହେଳା କରୁଥିଲେ। ଏହି ଘଟଣାକୁ ନେଇ ଲୋକଙ୍କ ଅସନ୍ତୋଷ ଉଗ୍ର ରୂପ ନେଇଥିଲା। ସମସ୍ତେ ମିଶି ପିଇଓଙ୍କୁ ପଞ୍ଚାୟତ ଅଫିସ ଭିତରେ ରଖି ତାଲା ପକେଇ ଦେଇଥିଲେ। ଲୋକଙ୍କ ଅଭିଯୋଗ ହେଲା ଏ ଅଞ୍ଚଳରେ ପିଇବା ପାଣିଠାରୁ ଆରମ୍ଭ କରି କୌଣସି ବିକାଶମୂଳକ କାମ ହେଉନି। ଗ୍ରାମବାସୀ ପଲ୍ଲିସଭା ରିପୋର୍ଟ ମାଗିଲେ ମିଲୁନି। ଏହାକୁ ଗୁପ୍ତରଖି ନିଜ ମନ ମୁତାବକ କାର୍ଯ୍ୟ କରାଯାଉଛି। ଏପରିକି ୩୫ଜଣଙ୍କ ରାସନ କାର୍ଡ ନଦେଇ ପିଇଓ ପାଖରେ ରଖିଥିବା ମଧ୍ୟ ଲୋକେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *