Sat. Jul 20th, 2019

ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ଵର : ଇସ୍ପାତନଗରୀ ରାଉରକେଲା ଝିରପାଣି ପଞ୍ଚାୟତରେ ଚାଉଳ ଦେବା ନାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ଜଣେ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି ଜନୈକା ମହିଳା ।

ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ଦିନ ମହିଳା ଜଣକ ପଞ୍ଚାୟତ ଅଫିସ୍‌କୁ ଚାଉଲ ଆଣିବାକୁ ଯାଇଥିଲେ । ଏହି ସମୟରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ ମହିଳାଙ୍କୁ କାର୍ଯ୍ୟାଳୟ ଭିତରକୁ ଟାଣି ନେଇଯାଇଥିଲେ । ଏହା ପରେ ତାଙ୍କ ସହ ଗଣ ବଳାତ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଏ ନେଇ ଝିରପାଣି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *