ପୂର୍ବତନ ବିଧାୟକ ହୃଷିକେଶ ନାଏକ ବିଜେଡି ଛାଡ଼ିଲେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ହୃଷିକେଶ ନାଏକ ବିଜେଡି ଛାଡ଼ିଲେ। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ହୃଷିକେଶ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଗତ ୧୫ ତାରିଖରେ ପଠାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ପାଟଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିନଥିଲା। ଚର୍ଚ୍ଚା ହେଉଥିଲା ତାଙ୍କୁ ରାଜ୍ୟସଭା ପଠାଯିବ। କିନ୍ତୁ ସେଭଳି କିଛି ହେଲା ନାହିଁ। ଅନ୍ୟମାନଙ୍କୁ ରାଜ୍ୟସଭା ପଠାଗଲା। କେବେଳ ସେତିକି ନୁହେଁ ଦଳ ତାଙ୍କୁ ଅଣଦେଖା କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନକରିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button