ବେଲାରୁଷ୍‌ରୁ କିବ୍‌ ଆକ୍ରମଣ କରିପାରନ୍ତି ୱାଗ୍‌ନର୍‌ ମୁଖ୍ୟ

ନୂଆଦିଲ୍ଲୀ : ବିଦ୍ରୋହ କରି ରୁଷ୍‌ରୁ ନିର୍ବାସିତ ହୋଇଥିବା ୱାଗ୍‌ନର୍‌ ଗ୍ରୁପ୍‌ ମୁଖ୍ୟ ୟେବ୍‌ଗେନି ପ୍ରିଗୋଝିନ୍‌ ବେଲାରୁଷ୍‌ରୁ କିବ୍‌ ଆକ୍ରମଣ କରିପାରନ୍ତି। ଏହା କହିଛନ୍ତି ବ୍ରିଟିସ୍‌ ଜେନେରାଲ୍‌ ଷ୍ଟାଫ୍‌ର ପୂର୍ବତନ ମୁଖ୍ୟ ଲର୍ଡ ଡେନାଟ୍‌।

ଖବର ଅନୁଯାୟୀ କ୍ରେମ୍‌ଲିନ୍‌ ବିରୋଧରେ ବିଦ୍ରୋହ କରି ଅସଫଳ ହେବାପରେ ୱାଗ୍‌ନର୍‌ ମୁଖ୍ୟ ୟେବ୍‌ଗେନି ପ୍ରିଗୋଝିନ୍‌ଙ୍କୁ ରୁଷ୍‌ରୁ ନିର୍ବାସିତ ହୋଇ ବେଲାରୁଷ୍‌ରେ ଆଶ୍ରୟ ନେଇଛନ୍ତି। ସ୍କାଏ ନିଉଜ୍‌କୁ ଡେନାଟ୍‌ କହିଛନ୍ତି କେତେସଂଖ୍ୟକ ସୈନିକଙ୍କ ଧରି ପ୍ରିଗୋଝିନ୍‌ ବେଲାରୁଷ୍‌ ଯାଇଛନ୍ତି ତାହା ଜଣାପଡ଼ିନି। ବେଲାରୁଷ୍‌ରେ ପ୍ରିଗୋଝିନ୍‌ଙ୍କ ଅଧୀନରେ ସକ୍ରିୟ ସେନାବାହିନୀ ରହିଲେ କିବ୍‌ ପ୍ରତି ପୁଣି ଥରେ ବଡ଼ ବିପଦ ଆସିବାର ସମ୍ଭାବନା ରହିଛି।

ସେ କହିଛନ୍ତି ରୁଷ୍‌ ଛାଡ଼ି ବେଲାରୁଷ୍‌ ଚାଲିଯିବାର ଅର୍ଥ କ’ଣ ପ୍ରିଗୋଝିନ୍‌ ଓ ତାଙ୍କ ୱାଗ୍‌ନର୍‌ ଗ୍ରୁପ୍‌ର ପରିସମାପ୍ତି ? ପରିସ୍ଥିତିର ସମାଧାନ ହୋଇଯାଇଥିବା ପରି ଜଣାପଡୁଥିଲେ ମଧ୍ୟ ଏହାର ଲୁକ୍‌କାୟିତ ପ୍ରତିକ୍ରିୟା ଦୀର୍ଘ ଦିନ ଧରି ରହିବ। ମୋର ମନେହୁଏ ସେ କୌଣସି ଅଭିସନ୍ଧି ନେଇ ବେଲାରୁଷ୍‌ ଯାଇଛନ୍ତି। ସେ କେତେଜଣ ସୈନିକଙ୍କୁ ନେଇ ବେଲାରୁଷ୍‌ ଯାଇଛନ୍ତି ତାହା ପରେ ଜଣାପଡ଼ିବ। ତେଣୁ, ୟୁକ୍ରେନ୍‌ ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button