ପତ୍ନୀଙ୍କ ପ୍ରେମିକର ତଣ୍ଟି କାଟି ରକ୍ତ ପିଇଲେ ସ୍ଵାମୀ

ବେଙ୍ଗାଲୁର : ବନ୍ଧୁ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ସନ୍ଦେହରେ ତଣ୍ଟି କାଟି ରକ୍ତ ପିଇଲା ବନ୍ଧୁ।
କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ହେଲେ ଗୁରୁତର ହୋଇଥିବା ବନ୍ଧୁ ଜଣଙ୍କ ଏବେ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ବିଜୟ ଓ ମହେଶ ଦୁଇ ବନ୍ଧୁ ସେମାନେ ପରସ୍ପରର ଘରକୁ ମଧ୍ୟ ଯାଆନ୍ତି। ହେଲେ ବିଜୟଙ୍କ ପତ୍ନୀଙ୍କ ସହ ମହେଶଙ୍କ ପ୍ରେମ ସମ୍ପର୍କ ବିଷୟରେ ପ୍ରଚାର ହେବାରୁ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା। ମହେଶଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଲେ ବିଜୟ। ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ମହେଶଙ୍କୁ ଦେଖା କରିବାକୁ ବିଜୟ ଫୋନକରି ଡାକିଥିଲେ। ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ କଥା ପଚାରିବାରୁ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏତିକି ବେଳେ ବିଜୟ ଗୋଟିଏ ଧାରୁଆ ଅସ୍ତ୍ରରେ ମହେଶଙ୍କ ତଣ୍ଟି କାଟି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ତଣ୍ଟିରୁ ଝରୁଥିବା ରକ୍ତ ପିଇଥିଲେ ବିଜୟ।

କଥା ସେତିକିରେ ସରିନଥିଲା। ମହେଶ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ବିଜୟ ତାଙ୍କୁ ମୁଥା ଓ ଚାପୁଡ଼ା ମାରି ଚାଲିଥିଲେ। ସ୍ଥାନୀୟ ଲୋକାମାନେ ତୁରନ୍ତ ମହେଶଙ୍କୁ ହସ୍ପିଟାଲ ନେଇଥିଲେ। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ବିଜୟଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button