Fri. Nov 22nd, 2019

ଗର୍ଭନିରୋଧକ ବଟିକା ଖାଇଲେ କଣ କ୍ଷତି ହୁଏ ?

{ Drx. Gyana Ranjan Swain } ସାଧାରଣତଃ ଗର୍ଭନିରୋଧକ ବଟିକାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠେ । ଅଧିକ ଲୋକ ଏହା ବି ଜାଣିନଥାନ୍ତି କି ଏହି ବଟିକା ଦେହ ପାଇଁ ଲାଭଦାୟକ ହୋଇଥାଏ ନା ହାନିକାରକ । ତେବେ ଆପଣ ଯଦି ଭାବୁଛନ୍ତି ଯେ ଏହି ବଟିକା ଖାଇଲେ କିଛି ଅସୁବିଧା ହୋଇନଥାଏ ତେବେ ଏହା ଆପଣଙ୍କ ଭୁଲଧାରଣା । ତେବେ ଆସନ୍ତୁ ଜାଣିବା ଏହି ବଟିକା ଖାଇବା ଦ୍ୱାରା ଶରୀରର କଣ କ୍ଷତି ହୋଇଥାଏ


ଓଜନ : ଯେଉଁ ଯୁବତୀମାନେ ଲଗାତାର ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି ସେମାନଙ୍କ ଓଜନ ସାଧାରଣ ଠାରୁ ଅଧିକ ବଢିଯାଏ । ବେଳେବେଳେ ଓଜନ ଏତେ ଅଧିକ ବଢିଯାଏ ଯେ ଯୁବତୀଙ୍କୁ ଅନେକ ରୋଗର ଶିକାର ହେବାକୁ ପଡେ । ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ ।


ରକ୍ତର ଅଶୁଦ୍ଧତା : ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ ।


ଛୁଆ ଜନ୍ମ କରିବା କ୍ଷମତା କମିଯିବା : ଗର୍ଭନିରୋଧକ ବଟିକାର ଅଧିକ ସେବନ କରିବାଦ୍ୱାରା ମୁଣ୍ଡବ୍ୟଥା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଯାଏ । ବେଳେବେଳେ ସମସ୍ୟା ଏତେ ବଢିଯାଏ ଯେ ବନ୍ଧ୍ୟାପଣରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡେ ।

Leave a Reply

Your email address will not be published. Required fields are marked *