ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ଵର : ଆସନ୍ତା ଜୁଲାଇ ୩ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ଆବଶ୍ୟକ ଆଡମିଟ୍ କାର୍ଡ www.bseodisha.ac.in ରୁ ମିଳିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୧ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ଏମାନଙ୍କ ସମେତ ୮୧୯୫ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ନିଜ ଭାଗ୍ୟକୁ ପୁଣି ପରିକ୍ଷିବେ। ପରୀକ୍ଷା ଫଳ ତତ୍କାଳ ଘୋଷଣା ପରେ ସେମାନଙ୍କୁ ଚଳିତବର୍ଷ ଯୁକ୍ତ ଆଡମିସନ ପ୍ରକ୍ରିୟାରେ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button