ଲୁଟେରା ଗ୍ୟାଙ୍ଗ ଗିରଫ : ସୁନା ଅଳଙ୍କାର ଜବତ

ଭୁବନେଶ୍ଵର : କମିନରେଟ୍ ପୋଲିସ ତିନିଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଜବତ ହୋଇଛି ସୁନା ଅଳଙ୍କାର ଓ ଅନେକ ସାମଗ୍ରୀ।

ଖବର ଆନୁଯାୟୀ ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଲୁଟ କରିବା ପୂର୍ବରୁ ପ୍ରଥମେ ରେକି କରନ୍ତି। ଗିରଫ ହେବାପରେ ପୋଲିସ ସେମାନଙ୍କ ନିକଟରୁ ଦୁଇଟି ଦାମୀ ଗାଡ଼ି, ୪୦ ଗ୍ରାମ ସୁନା ଅଳଙ୍କାର, ଏଲସିଡି ଟିଭି, ଲାପଟପ, ସାମସଙ୍ଗ ଟ୍ୟାବ, ମୋବାଇଲ ଫୋନ୍, ସାଉଣ୍ଡ ବକ୍ସ ଓ ଘଣ୍ଟା ଜବତ କରିଛି। ନିକଟରେ ବିଧାନସଭା ଏଏସଓ ପ୍ରଣବ ପଣ୍ଡା ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ତାଙ୍କ ସରକାରୀ କ୍ଵାଟରରୁ ଏହି ଲୁଟେରା ଗ୍ୟାଙ୍ଗ ଲୁଟ୍ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button