ଏନସିପିରୁ ଏହି ନେତାମାନେ ବହିଷ୍କୃତ

ନୂଆଦିଲ୍ଲୀ : ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଶରଦ ପାୱାରଙ୍କ ଏନସିପି ଦୁଇ ଭାଗରେ ବିଭକ୍ତ ହେବାପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାର୍ଟି ସୁପ୍ରିମୋ ଶରଦ ପାୱାର ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେଙ୍କୁ ଏନସିପିରୁ ବିଦା କରିଥିବା ବେଳେ ମହାରାଷ୍ଟ୍ରର ବିଜେପି ସରକାରଙ୍କୁ ସମର୍ଥନ କରିଥିବା ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିସ କରାଯାଇଛି। ବାଚସ୍ପିତ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏନେଇ ଶରଦ ପାୱାର ଚିଠି ଲେଖିବେ ବୋଲି ଜଣାପଡିଛି।

ଖବର ଆନୁଯାୟୀ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ଓ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଥିଲେ। ପାର୍ଟି ସୁପ୍ରିମୋ ଶରଦ ପାୱାର ସୁପାରିସ ଅନ୍ୟଯାୟୀ ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେଙ୍କୁ ଦଳରୁ ବାହାର କରି ଦେଇଛନ୍ତି। ଶରଦ ପାୱାର ଟ୍ୱିଟ ଯୋଗେ ଦୁଇ ସାଂସଦଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏନସିପିରୁ ବିଦା କରିଥିବା କହିଛନ୍ତି।

ଅନ୍ୟପକ୍ଷରେ ପ୍ରଫୁଲ ପଟେଲ କହିଛନ୍ତ କିଛିଦିନ ତଳେ ଶରଦ ପାୱାର ତାଙ୍କୁ ଏନସିପିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲେ। ତେଣୁ ଏହି କ୍ଷମତା ବଳରେ ସେ ସୁନୀଲ ତାଟକାରେଙ୍କୁ ରାଜ୍ୟ ଏନସିପି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପଦରେ ଜୟନ୍ତ ପାଟିଲ କାର୍ଯ୍ୟ କରୁଥିବା ବେଳେ ପଟେଲଙ୍କ ପଦକ୍ଷେପ ନୂଆ ବିବାଦ ସୃଷ୍ଟି କରିଛି। ପ୍ରଫୁଲ ପଟେଲ ନିଜସ୍ୱ ରାଜ୍ୟ ସଂଗଠନ କରିଥିଲେ ହେଁ ଶରଦ ପାୱାର ଏବେ ଏନସିପିର ଜାତୀୟ ସଭାପତି ଭଳି କହିଛନ୍ତି।

ସେହିପରି ବହିଷ୍କୃତ ୩ ଏନସିପି ନେତା ହେଲେ ଦଳର ମୁମ୍ବାଇ ଡିଭିଜିନ ମୁଖ୍ୟ ନରେନ୍ଦ୍ର ରାଥୋଡ, ଅକୋଲା ସିଟି ଜିଲ୍ଲା ମୁଖ୍ୟ ବିଜୟ ଦେଶମୁଖ ଓ ରିଜୋନାଲ ସାଧାରଣ ସମ୍ପାଦକ ଶିବାଜୀରାଓ ଗରଜେ। ଏ ୩ ନେତା ଓ ୨ ସାଂସଦ ରବିବାର ବିଦ୍ରୋହ ଘୋଷଣା କରିଥିବା ଅଜିତ ପାୱାରଙ୍କ ଶପଥ ପାଠ ଉତ୍ସବରେ ସାମିଲ ହୋଇଥିଲେ। ଏହା ଦଳ ବିରୋଧୀ କାମ ହୋଇଥିବାରୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button