୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍‌ ଆଦମୀ ପାର୍ଟିର କର୍ମୀମାନେ ଅଣ୍ଡାମାଡ଼ କରିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ୫ଟି ସଚିବଙ୍କ କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ୫ଟି ସଚିବ ଭିକେ ପାଣ୍ଡିଆନ ହେଲିକପ୍ଟରରେ କୋଟ ସମଲେଇଠାରେ ପହଞ୍ଚିଥିଲେ। ସେଠାରୁ ଉଲୁଣ୍ଡା ବ୍ଲକରେ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ଯାଉଥିବା ସମୟରେ ଆମ୍‌ ଆଦମୀ ପାର୍ଟିର କର୍ମୀମାନେ ତାଙ୍କ କାର୍‌କେଡ୍‌କୁ ଉପରକୁ ଅଣ୍ଡାମାଡ଼ କରିଥିଲେ।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଓଡ଼ିଶା ଶାଖା ପ୍ରତିକ୍ରିୟା ରଖିଛି। ଫେସବୁକ୍ ପେଜରେ ପୋଷ୍ଟ କରି ଦଳ ଲେଖିଛି କୌଣସି ସମସ୍ୟାର ସମାଧାନ ଦାବି କରିବା ଓ ଗଣତାନ୍ତ୍ରିକ ଉପାୟରେ କରିବା ହେଉଛି ଆପର ବିଚାରଧାରା। ଅଣ୍ଡାମାଡ଼ କରିବା ପାର୍ଟିର ନୀତି ବିରୁଦ୍ଧ କାମ। ଯେଉଁ ଦଳୀୟ କର୍ମୀମାନେ ଏପରି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button